ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରବିବାର ଓ ସୋମବାର ଆୟ ବୃଦ୍ଧି, କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଓ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ଆୟ ବୃଦ୍ଧି, ସାମାଜିକ ପ୍ରତିଷ୍ଠା ଲାଭ ହେବ। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଆଘାତ ପ୍ରାପ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଜଳାଧିବାସ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ଆର୍ଥିକସ୍ଥିତି ଉନ୍ନତ ରହିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶ ସହସ୍ର ନାମ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଜଗିରଖି ଚଳିବେ। ଶତ୍ରୁଠାରୁ ଦୂରେଇ ରହନ୍ତୁ। ମଙ୍ଗଳବାର ଓ ବୁଧବାର ପରୋପକାରୀ ହେବେ। ନୂତନ ବନ୍ଧୁଲାଭ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ବିଜୟୀ ହେବେ। କର୍ମଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ବୈବାହିକ ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାର ଓ ବୁଧବାର ପ୍ରତିଟି କ୍ଷେତ୍ରରେ ସାବଧାନତା ଲୋଡ଼ା। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଅର୍ଥପ୍ରାପ୍ତ ହେେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଆଦିତ୍ୟ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ପ୍ରେମରେ ସଫଳତା ମିଳିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଖାଦେବ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମଅନୁରୂପ ଫଳପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଶତ୍ରୁ ପଦାନତ ହେବ, ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ଆନନ୍ଦ ଲାଭ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ କମଳାତ୍ମିକା ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ଜଗିରଖି ଚଳିବେ। ମଙ୍ଗଳବାର ଓ ବୁଧବାର ନୂତନ ଭୂମି କିଣାକିଣି କରିବାକୁ ପ୍ରୟାସ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣ ପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି, ସାବଧାନତା ଲୋଡ଼ା। ଗୁରୁବାରଠାରୁ ଶନିବାର ଯାଏଁ ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାନୁରାଗୀ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଅଧିକ ଖର୍ଚ୍ଚାନ୍ତ ହେବେ। ମନସ୍ତାପ ଘଟିବ। ମଙ୍ଗଳବାର ଓ ବୁଧବାର ନୂତନ ବନ୍ଧୁ ଲାଭ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ମିଳିବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଶ୍ରୀଫଳ ଯୁକ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାମାଜିକ ପ୍ରତିଷ୍ଠା ଲାଭ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦକ୍ଷିଣକାଳୀ କବଚ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ସାବଧାନତା ଅବଲମ୍ବନ କରିବା ଉଚିତ। ମଙ୍ଗଳବାର ଓ ବୁଧବାର ସଫଳତା ମିଳିବ। ଆନନ୍ଦିତ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।






More Stories
ସଂଯମତା ରକ୍ଷା କରନ୍ତୁ…..
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..