ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ବାକ୍ୟାଳାପରେ ପ୍ରିୟତା ଅର୍ଜନ କରିପାରନ୍ତି। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ। ସୁଖଭୋଗ କରିବେ। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ : ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସମ୍ମାନିତ ହେବେ। ଅର୍ଥ ମିଳିବ।
ମିଥୁନ : ପରିବାରର ମୁଖ୍ୟଭାବେ ବଂଶ ମର୍ଯ୍ୟାଦା ରକ୍ଷା କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବ ସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ପରିବାର ପ୍ରତି ଶ୍ରଦ୍ଧାଭାବ ରହିବ।
କର୍କଟ : ଭାଗ୍ୟ ସହାୟକ ହେବ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ପ୍ରବଳ ଉଦ୍ୟୋଗୀ ହେବେ।
ସିଂହ : ଅସୁସ୍ଥ ଥାଇ ମଧ୍ୟ ଆଶୁ ବିପଦର ମୁକାବିଲା କରିବେ। ସ୍ବାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ନକରିବା ଭଲ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିବେ।
କନ୍ୟା : ଆତ୍ମୀୟସ୍ବଜନଙ୍କଠାରୁ ସହାୟତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ତୁଳା : ଅନାବଶ୍ୟକ ଖର୍ଚ୍ଚ ପାଇଁ ମନସ୍ତାପ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସ୍ବନାମଧନ୍ୟ ହେବେ।
ବିଛା : ଧନଲାଭ ପାଇଁ ହଠାତ୍ ଏକ ସୁଯୋଗ ସୃଷ୍ଟି ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ଧନୁ : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମକର : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ବିଜୟୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
କୁମ୍ଭ : ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଉଦାର ବିଦ୍ୟାପ୍ରେମୀ ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।
ମୀନ : ଆୟ ଆଶାନୁରୂପ ହୋଇପାରେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ପରାକ୍ରମୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଲୋକପ୍ରିୟ ହେବେ। ସମାଜରେ ଗୌରବ ଅର୍ଜନ କରିବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..