ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ।
ବୃଷ: କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସତ୍ସଙ୍ଗୀ ହେବେ। ଆଳସ୍ୟ ପରାୟଣ ହେବେ।
ମିଥୁନ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ମହତ୍ ହେବ। ସ୍ବାଦ ପାଇଁ ନୁହେଁ, ସ୍ବାସ୍ଥ୍ୟପ୍ରଦ ଆହାର ମିଳିବ।
କର୍କଟ: ସାଧନାର ସ୍ବର୍ଣ୍ଣିମ ସୂତ୍ର, ଏକାନ୍ତବାସକୁ ଆଦରି ନେଇପାରନ୍ତି। ଅଯଥା ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେଲେ ବି ସମ୍ମାନ ପାଇଁ ବ୍ୟୟ ବୃଦ୍ଧି ହେବ।
ସିଂହ: ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ସହଜାତ ପ୍ରବୃତ୍ତିକୁ ସମର୍ପଣ କରିପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସୂତ୍ରରୁ ଅର୍ଥ, ସମ୍ମାନ ମିଳିବ।
କନ୍ୟା: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଦୀନ, ଦରିଦ୍ରଙ୍କ ଉପରେ ଦୟାର୍ଦ୍ରଚିତ୍ତ ହେବେ।
ତୁଳା: କଳ, ବଳ, କୌଶଳ ପ୍ରୟୋଗକରି କ୍ଷମତାଧାରୀ ହେବେ। ତା’ର ଉପଯୁକ୍ତ ବିନିଯୋଗକରି ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସତ୍ସଙ୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ଶ୍ରଦ୍ଧା ଓ ବିଶ୍ବାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ ବି କର୍ମତତ୍ପର ରହିବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କରେ ଚଳିବେ।
ଧନୁ: ଜୀବନାଦର୍ଶକୁ ସମ୍ବର୍ଦ୍ଧିତ ଓ ଶୃଙ୍ଖଳିତ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କାର୍ଯ୍ୟରେ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
ମକର: ସଦ୍ଗୁଣସମ୍ପନ୍ନ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଅହଂଭାବକୁ ବିସର୍ଜିତ କରିପାରିବେ।
କୁମ୍ଭ: ଭାଷାକୁ ନମନୀୟ ଓ କମନୀୟ କରି ପାଠକଙ୍କର ନମସ୍ୟ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ପାରିବାରିକ ସୁଖ ମିଳିବ।
ମୀନ: ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ଦୃଢ଼ ଭକ୍ତି ଆଚରଣ କରିପାରନ୍ତି। ଧର୍ମଧ୍ବଜାଧାରୀ ହେବେ। ଯାନବାହନ ସୁଖ ମିଳିବ। ନିଷ୍ଠାପର ଭାବେ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..