ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ତୁଲସା ସିଟି ଫ୍ରାନସିସ୍ ହସ୍ପିଟାଲ ପରିସରରେ ଗୁଳିକାଣ୍ଡ ଘଟିଥିଛି | ଏଥିରେ ଦୁର୍ବୃତ୍ତ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜଣେ ଦୁର୍ବୃତ୍ତ ତୁଲସା ସିଟି ଫ୍ରାନସିସ୍ ହସ୍ପିଟାଲ ପରିସରରେ ଆଖିବୁଜା ଗୁଳିଚାଳନା କରିଥିଲା । ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପରେ ପାଲଟା ଗୁଳିରେ ଦୁର୍ବୃତ୍ତର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି । କିଛି ଲୋକ ମଧ୍ୟ ଏହି ଗୁଳିକାଣ୍ଡରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏପରି ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଏନେଇ ତଦନ୍ତ ଚାଲିଥିବା ବେଳେ ମୃତ ଦୁର୍ବୃତ୍ତର ମଧ୍ୟ ପରିଚୟ ମିଳିପାରିନାହିଁ ।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..