Report Card Odisha

| Daily Odia News

ସାଧନ ହେତୁ ସୁଖୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସେୟାର ବଜାର ଅଥବା ଲଟେରିରେ ଧନ ଲାଭ ହୋଇପାରେ। ଶିକ୍ଷିତା ପତ୍ନୀ ଆଜ୍ଞାକାରିଣୀ ହେବେ। ଈପ୍‌ସିତ ଅର୍ଥ ମିଳିପାରେ।
ବୃଷ: ଊଣା ଅଧିକେ ଧନ ଭଣ୍ଡାର ସମତୁଲ ରହିବ। ନୂତନ ଯାନ କ୍ରୟ ପାଇଁ ଇଚ୍ଛା କରିବେ। ଗୃହ ସୁଖ ମିଳିବ। ଚିନ୍ତା ଜଳରେ ବୁଡ଼ି ରହିଥିବାବେଳେ ହଠାତ୍‌ ବହୁ ସୁଖର ଅଧିକାରୀ ହେବେ।
ମିଥୁନ: ଜନକଲ୍ୟାଣ ଲାଭକରି ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ପର ଧନରେ ଧନୀ ହେବେ। ଶୁଦ୍ର ଜାତିର ଲୋକ ମିତ୍ର ହେବେ। ନିନ୍ଦିତ କର୍ମରୁ ବିରତ ହେବାକୁ ପଡ଼ିବ।
କର୍କଟ: ତ୍ୟାଗଶୀଳ ହେବେ। ମାନୀ ହୋଇପାରନ୍ତି। ସତ୍‌ସଙ୍ଗୀ ହେବେ। ଭାବରେ ଭାବିତ ହୋଇପାରନ୍ତି। ଅଯାଚିତ ଭାବେ ଧନ ପ୍ରାପ୍ତ ହେବେ। ଆଭା, ପ୍ରଭା, ପ୍ରତିଭାର ନିଦର୍ଶନ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ସିଂହ: ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସାଧନ ହେତୁ ସୁଖୀ ହେବେ। କାବ୍ୟ-କବିତା ରଚନାରେ ବ୍ରତୀ ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। ଭଲ ଆୟ ହେବ। ମିଷ୍ଟାନ୍ନ ଭୋଜନ ମିଳିବ।
କନ୍ୟା: ପଥରୋଧକାରୀମାନେ ଅବଶେଷରେ ବିଫଳ ହେବେ। ଶତ୍ରୁତାର ଅବସାନ ଘଟିବ। ଗୃହକର୍ମରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ଶତ୍ରୁ ନାଶ କରି ଧନ ଭୋଗ କରିବେ।
ତୁଳା: କର୍ମ କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ବହୁ ବିଦ୍ୟାରେ ଜ୍ଞାନୀ ଓ ଯଶସ୍ବୀ ହେବେ।
ବିଛା: ପରିଶ୍ରମର ମୂଲ୍ୟ ମିଳିବ। ଚେଷ୍ଟା ଫଳବତୀ ହେବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ।
ଧନୁ: ସ୍ପଷ୍ଟବାଦୀଭାବେ ନିଜର ପରିଚୟ ସୃଷ୍ଟି କରିବେ। ନମ୍ରତାର ପ୍ରତୀକ ହେବେ। ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଉଚ୍ଚମନା ଓ ଉନ୍ନତ ଶିର ହେବ। ଅର୍ଜିତ ଧନ ହାତକୁ ଆସିବ।
ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ତଥାପି ନିରଳସ ରହିବେ। ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ଉଦ୍ୟମ ଜାରି ରଖିବେ। ଆଡ଼ ହୋଇଥିବା ଅନୁଗତମାନେ ପୁଣି ସମ୍ପର୍କର ହାତ ବଢ଼ାଇବେ।
କୁମ୍ଭ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ସାମିଲ କରିବେ। ବନ୍ଧୁ ସହଯୋଗ ପାଇବେ। ସର୍ବଦର୍ଶୀ ହୋଇପାରନ୍ତି। ତେଜସ୍କର ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ବିଦ୍ୟାଭ୍ୟାସୀ ହେବେ।
ମୀନ: ଅଜାତ ଶତ୍ରୁ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ। ଋଣମୁକ୍ତ ହେବା ସହିତ ସଦ୍‌ଗୁଣ ସମ୍ପନ୍ନ ହେବେ।

Breaking News