Report Card Odisha

| Daily Odia News

ସେବା ମନୋଭାବର ହେବେ,ଦାମ୍ପତ୍ୟ ସୁଖ ମିଳିବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସଙ୍ଗୀତପ୍ରିୟ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖହାନି ଘଟିବାର ସମ୍ଭାବନା ଅଛି।

ବୃଷ: ବୁଦ୍ଧିମାନ୍‌ ହେବେ। ଯାନ-ବାହନ ଯୁକ୍ତ ହୋଇପାରନ୍ତି। ଧନ ସହିତ ସରକାରୀ ସ୍ତରରୁ ମାନ୍ୟତା ପ୍ରାପ୍ତ ହେବେ। ପରୋପକାରୀ ହେବେ। ସେବା ମନୋଭାବର ହେବେ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ: ଧର୍ମାସକ୍ତ, ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ରାଦି ହେତୁକ ସୁଖ ଭୋଗୀ ହେବେ। ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ଶାସ୍ତ୍ରଜ୍ଞ ଓ ଦେବ-ଦ୍ବିଜ ପରାୟଣ ହେବେ।

କର୍କଟ: ଶତ୍ରୁଭାବ ବୃଦ୍ଧି ହୋଇ ପାରେ, ମାତ୍ର ଅନିଷ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଚତୁସ୍ପଦ ପ୍ରାପ୍ତି ସହ ମାନସିକ ଅଶାନ୍ତି ଦୂର ହେବ।

ସିଂହ: ଅଜାତ ଶତ୍ରୁ ହୋଇପାରନ୍ତି। କୃଷି କର୍ମ ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଜଳ ଯୋଗାଣକାରୀ ଭାବେ ପ୍ରଶଂସିତ ହେବେ।

କନ୍ୟା: ସମ୍ମାନିତ ହୋଇପାରନ୍ତି। ଶତ୍ରୁନାଶ କରି ଧନ ଭୋଗ କରିପାରନ୍ତି। ଆଶା ଫଳବତୀ ହେବ। ତେଜୀୟାନ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। କର୍ମ କ୍ଷେତ୍ରରେ ଢେର ଉନ୍ନତି ଘଟିବ। ସର୍ବତ୍ର ବିଜୟୀ ହେବେ।

ତୁଳା: ବିବିଧ ଧନଯୁକ୍ତ ହୋଇପାରନ୍ତି। ମତିମାନ୍‌ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଗୁଣଜ୍ଞ ଓ ନୀତିନିଷ୍ଠ ହେବେ।
ବିଛା: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ, ବଳିଷ୍ଠ ଓ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ହେବେ। ଧନୀ ହେବାର ଅଭୀଷ୍ଟ ରହିବ। ସଦାଚାର ରତ ହେବେ।

ଧନୁ: ପ୍ରିୟଭାଷୀ ହୋଇପାରନ୍ତି। ଧନଯୁକ୍ତ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ, ତୀକ୍ଷ୍ଣ ସ୍ବଭାବ ଓ ମାନବବାଦୀ ହେବେ। ବାହାର ଅଞ୍ଚଳରେ ପୂଜ୍ୟ ହେବେ।

ମକର: ମନରେ ସରସତା ଆସିବ। ବିବାଦରେ ବିଜୟୀ ହେବେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ରାଜକାର୍ଯ୍ୟ କରିବାରେ ଦକ୍ଷ ହେବେ। ଜନତା ବିରୋଧୀ ହେବେ।

କୁମ୍ଭ: କର୍ମଚଞ୍ଚଳ ରହିବେ। ଦାନ-ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବିଜ୍ଞ ବ୍ୟକ୍ତିଭାବେ ସ୍ବକର୍ମରେ ଉତ୍ସାହ ବୃଦ୍ଧି ପାଇବ। କ୍ଷମାସାଗର ହୋଇପାରନ୍ତି। ସୁବକ୍ତା ଭାବେ ଖ୍ୟାତି ସମ୍ପନ୍ନ ହେବେ।

ମୀନ: ପତ୍ନୀ ଶାନ୍ତିଦାୟିକା ହେବେ। ତେଜୀୟାନ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ସର୍ବ କଳାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।

Breaking News