ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପୌରୁଷ ପଣିଆ ଜାହିର କରିପାରନ୍ତି। ସ୍ବଭାବ ବିଜୟାବନତ ହେବ। ପ୍ରବଳ ପ୍ରତାପୀ ହେବେ। କର୍ମରେ ସଫଳତା ମିଳିବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ବିବାଦରେ ବିଜୟୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ।
ବୃଷ : ଆଦର, ସମ୍ମାନ ମିଳିବ। ଦାନ, ଧ୍ୟାନ ପ୍ରତି ଆଗ୍ରହୀ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଧନବାନ୍ ହେବେ। କାର୍ଯ୍ୟରେ ସଫଳତା ପାଇବେ। ଅଧିକ କ୍ଷମତା ହାସଲ କରି, ତା’ର ସଦ୍ବ୍ୟବହାର କରିବେ।
ମିଥୁନ : ଭ୍ରମଣ ବ୍ୟର୍ଥ ହୋଇପାରେ; ମାତ୍ର ସାମାନ୍ୟ ଅସୁସ୍ଥତା ବ୍ୟତୀତ, ସର୍ବସୁଖ ଅନୁଭବ କରିପାରନ୍ତି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ହାତ ନ ଦେବା ଭଲ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ : ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ପତ୍ନୀ ବିମନା ହୋଇପାରନ୍ତି।
ସିଂହ : ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶତ୍ରୁ ବିନାଶକରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ।
କନ୍ୟା : ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ। ଶୁଭଖବର ପାଇ ଖୁସି ହେବେ। ବୁଦ୍ଧିମାନ୍ ହେବେ। ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପରୋପକାରୀ ହେବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। ଧର୍ମାସକ୍ତ ହେବେ। ମତିମାନ୍ ହୋଇପାରନ୍ତି। ପୁତ୍ର ଓ ମିତ୍ରଙ୍କ ଯୋଗୁଁ ସୁଖଭୋଗ କରିବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଉପକାରୀ ବନ୍ଧୁର ବିରୋଧୀ ହୋଇପାରନ୍ତି।
ବିଛା : କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବେ। ପ୍ରମାଦହୀନ ହୋଇପାରନ୍ତି।
ଧନୁ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟିକରିବେ। ବିବିଧ ଧନର ଅଧିକାରୀ ହେବେ। ଚଞ୍ଚଳମନା ହେବା ଆଶା କରାଯାଏ। ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି। ଧାର୍ମିକ ସ୍ବଭାବର ହେବେ।
ମକର : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ରୁଚିକର ଭୋଜନରେ ତୃପ୍ତି ମିଳିବ। ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉତ୍ତମ ମାନର ହେବ।
କୁମ୍ଭ : ବାଦୀୟ ବିତର୍କରେ ଭାଗନେଇ ନିରବ ଦର୍ଶକ ସାଜିପାରନ୍ତି। ବହୁଧନର ଅଧିକାରୀ ହେବାସହିତ ବହୁବ୍ୟୟର ସମ୍ମୁଖୀନ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶାସ୍ତ୍ରପଟୁ ହେବେ।
ମୀନ : ବିଶାଳ ଯଶ ଓ ନାନା ସୁଖର ଅଧିକାରୀ ହେବେ। ଦାନଶୀଳ ହେବେ। ଭଗବତ୍ ବିଶ୍ବାସୀ ହେବେ। ଶତ୍ରୁକୁ ପରାଜିତ କରି ଆଶ୍ବସ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..