ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ବିବାହ ସ୍ଥିର ହୋଇପାରେ। ସ୍ବର୍ଣ୍ଣାଦି ଲାଭର ସୂଚନା ମିଳୁଛି। ପତ୍ନୀ ଚଞ୍ଚଳା ହେବେ। ଧନପ୍ରିୟ ହୋଇପାରନ୍ତି। ପତିଙ୍କ ଉପଦେଶକୁ ଅଣଦେଖା କରି ସ୍ବେଚ୍ଛାକୃତାଚାରିଣୀ ହୋଇପାରନ୍ତି।
ବୃଷ: ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀ ସହ ବୈରୀଭାବ ଯୁକ୍ତ ହୋଇପାରନ୍ତି। ପତ୍ନୀ ସ୍ନେହୀ ଓ ବନ୍ଧୁସ୍ନେହୀ ହେବେ। ଅଜାତଶତ୍ରୁ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ।
ମିଥୁନ: ସନ୍ତାନମାନେ ସୁଶିକ୍ଷିତ ଓ ସ୍ବଧର୍ମାନୁରକ୍ତ ହୋଇ ସତ୍ଚରିତ୍ର ସମ୍ପନ୍ନ ହେବେ। ତେଜୀୟାନ୍ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଜନଗଣଙ୍କ ମଧ୍ୟରେ ଶୀର୍ଷାସନ ପାଇବେ।
କର୍କଟ: ଜଳଜାତ ଦ୍ରବ୍ୟରୁ ଧନ ଆହରଣ କରିପାରନ୍ତି। ଗୃହନିର୍ମାଣ ପାଇଁ ଉପଯୁକ୍ତ ପୁଣ୍ୟ ଭୂମି ଓ ବହୁ ସମ୍ପଦ ଲାଭ କରେ। କ୍ଷେତ, ବାଡ଼ି ଆଦି କାର୍ଯ୍ୟ ସୁପରିଚାଳନାରେ ପାରଙ୍ଗମ ହେବେ।
ସିଂହ: ଲୋକସମ୍ପର୍କ ନିମ୍ନଗାମୀ ହେବ। ଶତ୍ରୁନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହୋଇପାରନ୍ତି। ବନ୍ଧୁନାଶର ଦୁଃସମ୍ବାଦ ମିଳିପାରେ।
କନ୍ୟା: ରାଜହେତୁକ ଧନଲାଭ ହୋଇପାରେ। ସୁବର୍ଣ୍ଣ, ମୁକ୍ତା, ମଣି ଓ ରତ୍ନାଦିର ବ୍ୟବସାୟରୁ ଧନଲାଭ କରିପାରନ୍ତି। ମୂଲ୍ୟବାନ୍ ଜୀବଜନ୍ତୁଙ୍କ ଲାଳନ ପାଳନରେ ବ୍ୟୟକରି ଲାଭବାନ୍ ହେବେ।
ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ପୁଣ୍ୟ କର୍ମଶୀଳ ହେବେ। ସମ୍ପତ୍ତିବାନ୍ ହୋଇପାରନ୍ତି। ନୃପତୁଲ୍ୟ ସମ୍ମାନାସ୍ପଦ ହୋଇପାରନ୍ତି। ଖାଇ, ଖୁଆଇ ଆତ୍ମସନ୍ତୋଷ ପାଇବେ।
ବିଛା: ପୁଣ୍ୟକର୍ମା ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ କର୍ମ ସଂସ୍ଥାନରେ ସ୍ଥିର ହୋଇ ଆୟ ବୃଦ୍ଧି କରାଇ ପାରନ୍ତି। ସମ୍ପର୍କୀୟମାନଙ୍କଠାରୁ ସ୍ନେହ, ଆଦର ମିଳିବ। ଚୋର ଭୟ ଅଛି।
ଧନୁ: ରାଜହେତୁକ ଧନଲାଭ ହେବ। ନିଜ ପୌରୁଷ ପଣିଆରୁ ପ୍ରଭୁତ ବିତ୍ତର ଅଧିକାରୀ ହୋଇପାରନ୍ତି। ପୁଷ୍ପ, ବସନ ଓ ଅଶ୍ବାଦି ବ୍ୟବହାରରୁ ଧନପ୍ରାପ୍ତିର ସୂଚନା ମିଳୁଛି।
ମକର: କର୍ମ ପ୍ରଧାନ ହୋଇପାରନ୍ତି। ପରୋପକାରୀ ହେବେ। ବିପଦରେ ପଡ଼ିପାରନ୍ତି। ବନ୍ଧୁର ହିତକାରୀ ନ ହୋଇପାରନ୍ତି। ସ୍ବାର୍ଥପର ହେବେ। ଧର୍ମମାର୍ଗକୁ ବାହୁଡ଼ି ଆସିପାରନ୍ତି।
କୁମ୍ଭ: ଦେବ ଭକ୍ତିଯୁକ୍ତ ହୋଇପାରନ୍ତି। ଚାରାରୋପଣ ଉପରେ ଧ୍ୟାନ ଦେଇପାରନ୍ତି। କୃଷି କର୍ମ ଓ ଉଦ୍ୟାନ କର୍ମ ପାଇଁ ଜନସାଧାରଣ ପ୍ରୋତ୍ସାହିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଭକ୍ତି ଓ ଧନଯୁକ୍ତ ହେଲେ ବି ମଉଜ, ମଜଲିସ୍ କରିିବାର ସୁଯୋଗ ମିଳେ ନାହିଁ। ଅସୁସ୍ଥତାରୁ ଧନ ବ୍ୟୟ କରିବାକୁ ବାଧ୍ୟ ହେବେ। ପରୋପକାରୀ ହେବେ। ସତର୍କରେ ଚଳିବାକୁ ପଡ଼ିବ।






More Stories
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..
ସତର୍କ ରୁହନ୍ତୁ…..