ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରଧୀନ ବନ୍ଧୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ ଆଜିଠାରୁ ଆସନ୍ତା ୧୪ ଦିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ସର୍ତ୍ତ ମୂଳକ ଜାମିନ ମଂଜୁର ପରେ ଗୋବିନ୍ଦ ଜେଲରୁ ଆଜି ଖଲାସ ହୋଇଛି। ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ମଧ୍ୟବର୍ତ୍ତିକାଳୀନ ଜାମିନ ଦେଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ। ୫୦ ହଜାର ଟଙ୍କା ଲେଖାଏଁ ୨ଟି ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।






More Stories
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..
ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ :ଦଳା ଚକଟା ନୁହେଁ ଅଣନିଶ୍ବାସୀ ହେବାରୁ….