ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରସ୍ତ ଖ ଗ୍ରାସ ଚନ୍ଦ୍ର ଗ୍ରହଣ। ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ୩ ଘଣ୍ଟା ଧରି ହେବ ଦୃଶ୍ୟମାନ । ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ହେବା ସହ ରାତି ଗୋଟାଏ ୨୭ ମିନିଟ ୧୭ ସେକେଣ୍ଡ ସାଢେ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ଯାଗ । ଦିବା ୧୨ ଘଣ୍ଟା ୫୭ ମିନିଟ ୨୨ ସେକେଣ୍ଡରୁ ପାକତ୍ୟାଗ ସହ ଦେବନୀତିକୁ ନିଷେଧ କରାଯାଇଛି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ଅଳ୍ପ ସମୟ ମଧ୍ୟରେ ଦୁଇଟି ଚନ୍ଦ୍ରଗ୍ରହଣ ଘଟିବା ଏକ ଅସାଧାରଣ ଘଟଣା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ ।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..