Report Card Odisha

| Daily Odia News

ଆଜି ଲକଡାଉନ୍‌ର ଦ୍ୱିତୀୟ ଦିନ, ସୁଧୁରୁ ନାହାନ୍ତି ଲୋକେ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ। ହେଲେ ଆଜି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଲକ ଡାଉନ ଜାରି କରିବା ପରେ ମଧ୍ୟ ସଂକ୍ରମଣ ଥମିବାରେ ନ ନେଉନାହିଁ | ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଲୋକେ ସତର୍କ ହେଉନାହାନ୍ତି | ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ବନ୍ଦ ରହିଛି। ଲକଡାଉନ୍‌ସମୟରେ ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ତେବେ ଲୋକଙ୍କ ଲାଗି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ପନିପରିବା ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଇ ପାରିବେ। କେବଳ ସହରାଞ୍ଚଳ ନୁହେଁ ସାରା ରାଜ୍ୟରେ ଏହି କଟକଣା କଡାକଡି ଭାବେ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଯାଞ୍ଚ ଚାଲିଛି। ଜିଲ୍ଳା ମୁଖ୍ୟାଳୟ ସମେତ ସମସ୍ତ ବ୍ଲକରେ କଡାକଡି ଭାବେ ଲକଡାଉନ୍‌ ନିୟମ ପାଳନ ପାଇଁ ପୋଲିସ ମୁତୟନ କରାଯାଇଛି। ଅମାନିଆଙ୍କ ଉପରେ ନଜର ରଖିବାକୁ କଠୋର ହୋଇଛି ପୋଲିସ। ଅକାରଣେ ବାହାରେ ବୁଲୁଥିବା ଅମାନିଙ୍କୁ ଲକଡାଉନ୍‌ର ପ୍ରଥମ ଦିନରେ ଗତକାଲି ତାଗିଦ କରାଯାଇଥିଲା। ଲକଡାଉନ୍‌ ପାଳନ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ ଖାଉଟି ମାନେ ଭୟଭୀତ ନ ହେବାକୁ ଜିଲ୍ଲାପାଳମାନେ ପରାମର୍ଶ ଦେଇଛନ୍ତି ।

Breaking News