Report Card Odisha

| Daily Odia News

ରାଜ୍ୟରେ ଆଜି ୨୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ,୨ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୪ ଓ ସ୍ଥାନୀୟ ସଂକ୍ରମିତ ୯୪ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୫ ଜଣ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରେ ୨, ବାଲେଶ୍ୱର ୧, ବରଗଡ ୧, ଭଦ୍ରକ ୧, ବଲାଙ୍ଗିର ୩ ଓ କଟକରେ ୧୭ ଚିହ୍ନଟ ହୋଇଛନ୍ତି । ସେହିଭଳି ଢେଙ୍କାନାଳ ୧, ଗଞ୍ଜାମ ୫, ଜଗତସିଂହପୁର ୪, ଯାଜପୁର ୭, ଝାରସୁଗୁଡା ୩, କେନ୍ଦ୍ରାପଡା ୪, କେନ୍ଦୁଝର ୩, ଖୋର୍ଦ୍ଧାରେ ୯୬ ଜଣଙ୍କୁ ଚିହ୍ନଟ କରାଯାଇଛି । କୋରାପୁଟ ୨, ମୟୁରଭଞ୍ଜ ୨୧, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୧୦, ରୟାଗଡା ୩, ସମ୍ବଲପୁର ୧୧, ସୋନପୁର ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କରୋନାରୁ ୨୨୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୩୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ଅଜିତ ୨ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୧କୁ ବୃଦ୍ଧି ପାଇଁ | ମୃତକଙ୍କ ମଧ୍ୟରେ ଝାରସୁଗୁଡା ଏବଂ ନୂଆପଡା ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Breaking News