ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ପୁଣି ଥରେ ଶୁଟିଂରେ ଭାରତକୁ ୨ଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି। ୧୦ ମିଟର ପିସ୍ତଲ ଏସ୍ଏଚ୍ -୧ ବର୍ଗରେ ଭାରତ ଏହି ସଫଳତା ହାସଲ କରିଛି। ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି। ଆଜିର ୧୦ ମିଟର ପିସ୍ତଲ ଏସଏଚ୍-୧ ଫାଇନାଲରେ ମୁକାବିଲାରେ ଉଭୟ ମନୀଷ ଓ ସିଂହରାଜ ଦମଦାର ପ୍ରଦର୍ଶନ କରିଥିଲେ। ମନୀଷ ପାରାଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ୨୧୮.୨ ପଏଣ୍ଟ ହାସଲ କରିଛନ୍ତି। ଏହାସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ୨୧୬.୭ ପଏଣ୍ଟରେ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି।






More Stories
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ବିଧାୟକଙ୍କ ପରଲୋକ…..