ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩-୨୪କୁ ଦୁଇ ଦିନିଆ ଆମେରିକା ଗସ୍ତବା ନେଇ ଜଣାପଡିଛି । ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇ ନ ଥିବା ବେଳେ ଏଏନ୍ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଦି ଚଳିତ ମାସ ମଧ୍ୟଭାଗରେ ଆମେରିକା ଗସ୍ତ କରିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ବାର୍ଷିକ ଉଚ୍ଚ ସ୍ତରୀୟ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ଦେବାକୁ ନ୍ୟୁୟର୍କ ଯିବେ । ଭାରତ ଜାତିସଂଘ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ରହିଛି । ଏହାର ଏକ ମାସିଆ ଅଧ୍ୟକ୍ଷତା ଗତ ମାସରେ ଶେଷ ହୋଇଛି । ସୂଚନାଯୋଗ୍ୟ, ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଗସ୍ତ ହେବ । ଏହାପୂର୍ବରୁ ୨୦୧୯ରେ ସେ ଆମେରିକା ଗସ୍ତ କରିଥିଲେ । ଏହା ସହିତ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନ ହେବା ନେଇ ଜଣାପଡୁଛି |
Discussion about this post