ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ ପୁଣିଥରେ ଆକୃଷ୍ଟ କରିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ୍ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ କ୍ଷେତ୍ର ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ହାଇୱେ ନିର୍ମାଣରେ ଘରୋଇ ନିବେଶ ମାତ୍ର କିଛି ପ୍ରତିଶତ ରହିଥିବା ବେଳେ, ଆସନ୍ତା ବର୍ଷ ସୁଦ୍ଧା ଏହାକୁ ୨୫% କୁ ବୃଦ୍ଧି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ପ୍ରଚଳିତ Build-Operate-Transfer (BOT-Toll) ମଡେଲକୁ ପୁଣିଥରେ ସକ୍ରିୟ କରାଯାଉଛି। ଯେଉଁଠାରେ ନିବେଶକାରୀମାନେ ଟୋଲ୍ ସଂଗ୍ରହ ମାଧ୍ୟମରେ ନିଜର ଖର୍ଚ୍ଚ ଭରଣା କରିପାରିବେ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..