Report Card Odisha

| Daily Odia News

ଆସନ୍ତାକାଲି ପବିତ୍ର ବଡ ଦିନ,ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକାଲି ପବିତ୍ର ବଡ ଦିନ | ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିଲାଗି ରାଜ୍ୟର ବିଭିନ୍ନ ଚର୍ଚ୍ଚ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜା ଯିବା ସହ ସହ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି। ଯୀଶୁଙ୍କ ଆଗମନ ପାଇଁ ଖ୍ରୀଷ୍ଟ ଧର୍ମଲମ୍ବି ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ସମସ୍ତେ ଆଜି ମଧ୍ୟରାତ୍ରକୁ ଅପେକ୍ଷା କରି ରହିଛନ୍ତି। ପ୍ରଭୁ ଯୀଶୁଙ୍କୁ ସ୍ଵାଗତ କରିବା ଲାଗି କ୍ୟାରୋଲ୍ ସଙ୍ଗୀତ ଗାନ କରାଯିବ। ଆଜି ରାତିରୁ ଆରମ୍ଭ ହୋଇଯିବ ବିଭିନ୍ନ କାର୍ଯ୍ୟକ୍ରମ। ଯୀଶୁଙ୍କ ଜନ୍ମ ସ୍ଥାନ , ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ , କେକ୍ ଏବଂ ବଡ ଦିନର ବାର୍ତ୍ତା ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ରାତି ୧୨ଟାରେ ଯୀଶୁ ଜନ୍ମ ହେବା ପରେ ୨୫ ତାରିଖ ସକାଳେ ସମୂହ ପ୍ରାର୍ଥନା କରାଯିବ। ଭୁବନେଶ୍ଵର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଙ୍କ ସ୍ଵାଗତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଲି ଦିନ ତମାମ ସାଧରଣ ଲୋକଙ୍କ ପାଇଁ ଚର୍ଚ୍ଚ ଖୋଲା ରହିବ।

Breaking News