ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଏହି ହେଲିକପ୍ଟରଟି ଏକ ତୈଳ କମ୍ପାନୀର। କମ୍ପାନୀର କିଛି ଲୋକଙ୍କୁ ନେଇ ବିମାନଟି ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ହଠାତ୍ ଇଞ୍ଜିନରେ ତ୍ରୁଟି ଦେଖା ଯାଇଥିଲା। ଫଳରେ ପାଇଲଟ ଜୁରୀର ଅବତରଣ କରାଇବାକୁ ଚେଷ୍ଟା କରିଥିଲେ। ମାତ୍ର ହେଲିକପ୍ଟର ଜରୁରୀ ଅବତରଣ ସମୟରେ ହିଁ କ୍ରାଶ୍ ହୋଇଯାଇଛି ।ରିପୋର୍ଟ ଅନୁସାରେ, ହେଲିକପ୍ଟରରେ କିଛି ବିଦେଶୀ ନାଗରିକ ଥିଲେ। କିନ୍ତୁ ସେମାନେ କେଉଁ ଦେଶର ସ୍ପଷ୍ଟ ହୋଇନାହିଁ। ସେହିପରି ମୃତକଙ୍କ ମଧ୍ୟରେ କେତେ ଜଣ ଯାତ୍ରୀ ଅଛନ୍ତି କିମ୍ବା କ୍ରୁ ସଦସ୍ୟ ଅଛନ୍ତି, ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….