ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୮ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ମିସ୍ରର ରାଜଧାନୀ କୋହିରା ନିକଟରେ ଏକ ଅଘଟଣ ଘଟିଯାଇଛି । କୋହିରାର ଉତ୍ତରରେ ଥିବା କାଲୁବିଆ ପ୍ରାନ୍ତର ବାହ୍ନା ସହରରେ ଏକ ଯାତ୍ରୀବାହୀ ଟ୍ରେନ୍ର ୮ଟି ବଗି ଟ୍ରାକ୍ରୁ ଖସିଯାଇଛି । ଯାହାଫଳରେ କି ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ସ୍ଥାନୀୟ ଅଧିକାରୀଙ୍କ ମୁତାବିକ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର ଜଣାପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ଯଦି କାହାର ଭୁଲ୍ ଥିବା, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆହତଙ୍କ ଚିକିତ୍ସା ପ୍ରାଥମିକତା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି କିଛି ଦିନ ତଳେ ସରାକିଆ ସୁବେ ନାମକ ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୧୫ଜଣ ଯାତ୍ରୀ ଆହତ ହୋଇଥିଲେ ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….