ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସଲାମାବାଦର ପ୍ରସିଦ୍ଧ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍) ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ଦୁଃଖଦ ଘଟଣା ଘଟିଛି। ଏୟାର-କଣ୍ଡିସନର କମ୍ପ୍ରେସର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ହୋଇ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ୱାର୍ଡ କର୍ମଚାରୀମାନେ କେବଳ ଗୋଟିଏ ନବଜାତ ଶିଶୁକୁ ବଞ୍ଚାଇ ପାରିଥିଲେ। ନିଆଁକୁ ନିୟନ୍ତ୍ରଣ କରାଯାଇଛି, ଅଗ୍ନିକାଣ୍ଡ ଖବର ପ୍ରସାରିତ ହେବା ମାତ୍ରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଅଘଟଣ ଘଟି ସାରିଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..