ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକୋ ପାଇଲଟ୍ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ର ୧୫୮ ଲକ୍ କାଢ଼ି ଦେଇଥିଲେ। ଏହି ସମୟରେ ଡାଉନ୍ଟ୍ରାକ୍ରେ ଯାତ୍ରା କରୁଥିବା ମହାକୌଶଳ ଏକ୍ସପ୍ରେସ୍ ଅଖାରେ ଭର୍ତ୍ତି ଥିବା କିଛି ଜିନିଷରେ ଧକ୍କା ହୋଇଥିଲା। ଫଳରେ ଏଥିରେ ଚାବି ଥିବା ଲୋକୋ ପାଇଲଟ୍ ଆଶଙ୍କା କରିବା ସହ ଟ୍ରେନ୍ ଅଟକାଇ ଘଟଣା ସମ୍ପର୍କରେ ରେଳ ପ୍ରଶାସନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଆର୍ପିଏଫ୍ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୫୮ ଚାବି ଜବତ କରିଥିଲେ। ଏନେଇ ରେଲ୍ୱେ ପକ୍ଷରୁ ଉଚେହରା ଥାନାରେ ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁସାରେ- ରବିବାର ରାତିରେ ସତନା-ଉଚେହରା ରେଲ୍ୱେ ଷ୍ଟେସନ ମଧ୍ୟରେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ରେ ମହାକୌଶଳ ଏକ୍ସପ୍ରେସ୍ ଯାତ୍ରା କରୁଥିଲା। ଠିକ୍ ସମୟରେ ଡ୍ରାଇଭର ସତର୍କ ରହିବା ସହ ଜବଲପୁର କଣ୍ଟ୍ରୋଲକୁ ଆଲର୍ଟ କରିଥିଲେ। ଖବରପାଇ ତୁରନ୍ତ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା, ରାତି ୯ଟା ୧୫ରେ ଜବଲପୁରରୁ ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା କରୁଥିବା ମହାକୌଶଳ ଏକ୍ସପ୍ରେସ୍ ପିପରିକଲାରୁ କୁନ୍ଦହରି ମଧ୍ୟରେ ଡାଉନ୍ଟ୍ରାକ୍ରେ ଯାତ୍ରା କରୁଥିଲା। ଏହି ସମୟରେ ୩୭ କଂକ୍ରିଟ୍ ସ୍ଲିପର୍ ଅନ୍ଲକ୍ ଥିଲା। କୁହାଯାଉଛି ଯେ, ଦୁର୍ବୃତ୍ତମାନେ ସ୍ଲିପର୍କୁ ଲକ୍ କରିବା ପାଇଁ ବ୍ୟବହୃତ ଚାବି ଗୁଡ଼ିକୁ କାଢ଼ି ଦେଇଥିଲେ। ଏହି ସମୟରେ ମହାକୌଶଳ ଟ୍ରେନ୍ ପଛରେ ଜବଲପୁର-ରିୱା ଇଣ୍ଟରସିଟି ଓ ତାପ୍ତି ଗଙ୍ଗା ଟ୍ରେନ୍ ମଧ୍ୟ ଯାତ୍ରା କରୁଥିଲା। ପାଖାପାଖି ୪୦ ମିନିଟ୍ ପରେ କଂକ୍ରିଟ୍ ସ୍ଲିପର ଚାବିକୁ ପୁଣିଥରେ ଲଗା ଯାଇ ଲକ୍ କରାଯାଇଥିଲା। ଅଘଟଣ ଘଟିବା ପୂର୍ବରୁ ଟ୍ରାକ୍ରେ ପ୍ରତି ଘଣ୍ଟାକୁ ୧୨୦ କି.ମି. ବେଗରେ ଏକ୍ସପ୍ରେସ୍ ଯାତ୍ରା କରୁଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..