ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅତି କମରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ନେଇ ସୂଚନା ମିଳିଛି । ଏହି ଅଘଟଣ ଆମେରିକାର ମୋଣ୍ଟାନାରରେ ଘଟିଛି । ସୂଚନାନୁସାରେ, ରବିବାର ଟ୍ରେନଟି ସେଟଲରୁ ସିକାଗୋ ଯାଉଥିଲା । ଏଥିରେ ୧୪୭ଜଣ ଯାତ୍ରୀ ରହିଥିଲେ । ଏହାସହ ୧୩ ଜଣ ଟ୍ରେନ୍ କର୍ମଚାରୀ ମଧ୍ୟ ଯାତ୍ରା କରୁଥିଲେ । ହଠାତ ଏହା ଟ୍ରାକରୁ ବାହାରକୁ ପଳାଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଏବେବି ଅନେକ ଯାତ୍ରୀ ଟ୍ରେନ୍ ଡବା ତଳେ ଚାପି ହୋଇ ରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..