Report Card Odisha

| Daily Odia News

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା,୩୩ ମୃତ ୮୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର କରାଚୀରୁ ରାୱଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନଚ୍ୟୁତ ହେବା ଯୋଗୁ ଅତି କମ୍‌ରେ ୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସାହଜାଦପୁର ଓ ନୱାବଶାହ ମଧ୍ୟବର୍ତ୍ତୀ ସାହାରା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ରେଳପଥର ଉପ-ଅଧୀକ୍ଷକ ମହମ୍ମଦ ରେହମାନ କହିଛନ୍ତି ଯେ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଉପରେ ଜୋର ଦିଆଯାଉଛି। ଦୁର୍ଘଟଣାର କାରଣ ନେଇ ଅନୁସନ୍ଧାନ ଚାଲିଛି। ପୋଲିସ ରେଳ କର୍ମଚାରୀ ଓ ସାଧାରଣ ଲୋକମାନେ ଓଲଟି ପଡ଼ିଥିବା ବଗିଗୁଡ଼ିକରୁ ଲୋକଙ୍କୁ ବାହାର କରୁଛନ୍ତି। ଆହତମାନଙ୍କୁ ସ୍ଥାନୀୟ ନୱାବଶାହସ୍ଥିତ ପିପୁଲ୍‌ସ ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ରେଳମନ୍ତ୍ରୀ ଖୱାଜା ସାଦ ରଫିକ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି କିମ୍ବା ମାନବୀୟ ଷଡ଼୍‌ଯନ୍ତ୍ର ଯୋଗୁ ରେଳଗାଡ଼ି ଲାଇନଚ୍ୟୁତ ହେଲା ତା’ ଉପରେ ଅନୁସନ୍ଧାନ କରାଯାଉଛି।

Breaking News