Report Card Odisha

| Daily Odia News

ବାହାନଗା ଟ୍ରେନ୍ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ……

ରିପୋର୍ଟ କାର୍ଡ / ବାଲେଶ୍ଵର

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସାମ୍ନାକୁ ଆସିଛି । ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ପାଇଁ ଘଟିଥିଲା ଦୁର୍ଘଟଣା। ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଏହି କଥା ଉଲ୍ଲେଖ କରିଛନ୍ତି। ରିପୋର୍ଟରେ ଏହି ଦୁର୍ଘଟଣା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି। ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଯାଇଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ୧୪ ସେକେଣ୍ଡରେ ସିଗନାଲ ପରିବର୍ତ୍ତନ ହେବା କଥା। ହେଲେ ଦୁର୍ଘଟଣା ଦିନ ସିଗ୍ନାଲରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା। ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା। ଏଭଳି ଅସ୍ୱାଭାବିକ ପରିବର୍ତ୍ତନକୁ ଅଣଦେଖା କରିଥିଲେ ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତି। ଅସ୍ୱାଭାବିକ ପରିବର୍ତ୍ତନ ନେଇ ଷ୍ଟେସନ ମାଷ୍ଟର ରିପୋର୍ଟ କରିବାର ଥିଲା। ରିପୋର୍ଟ କରିବା ସହ କରମଣ୍ଡଳ ଏକ୍ସପ୍ରେସକୁ ରୋକିବାର ଥିଲା। ହେଲେ ଷ୍ଟେସନ ମାଷ୍ଟର ଏହା କରି ନଥିଲେ। ଯାହାଫଳରେ ଦୁର୍ଘଟଣା ଘଟିଥିଲା। ବାହାନଗା ବଜାର ଷ୍ଟେସନର ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଇନି ବୋଲି ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୮ରେ ବାହାନଗା ବଜାର ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା। କିନ୍ତୁ ଏହି ପରିବର୍ତ୍ତନକୁ ଡକ୍ୟୁମେଣ୍ଟେଡ୍ କରାଯାଇ ନଥିଲା। ୱେୟାରିଂ ଡାଇଗ୍ରାମରେ ଏହି ପରିବର୍ତ୍ତନ ଦୃଶ୍ୟମାନ ହେଉ ନଥିଲା।

Breaking News