ରିପୋର୍ଟ କାର୍ଡ / ଗଂଜାମ
ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଛୁରା ମାଡ଼ ହୋଇଛି | ଚେନ୍ନାଇ-ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମାର୍ପିଟ୍ ହୋଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପ୍ରସନ୍ନଜିତ୍ ତରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଉଦ୍ଧାର କରି ଆରପିଏଫ ଛାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ରାଜୀବ ତରାଇକୁ ଗଞ୍ଜାମ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ । ମୃତକଙ୍କ ଘର ପଶ୍ଚିମବଙ୍ଗ ବାହାଦୁରପୁର ବୋଲି ଜଣାପଡିଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..