ରିପୋର୍ଟ କାର୍ଡ / ସୋନପୁର
ପୁରୀ ଶ୍ରୀକ୍ଷେତ୍ର ସହ ରେଳ ଯୋଗେ ଯୋଡି ହେବ ସୋନପୁର। ଆସନ୍ତାକାଲି ସମ୍ବଲପୁରରୁ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ ଚଳାଚଳ କରିବ ଟ୍ରେନ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଅନୁସାରେ, ସୋନପୁରକୁ ଯାତ୍ରୀବାହୀ ଟ୍ରେନଟି ଯିବା ବେଳେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ବିଛୁପାଲି, ନରସିଂହଗଡ଼ ଓ ସୋନପୁର ଷ୍ଟେସନରେ ରହିବ। ଏହି ଟ୍ରେନ ସପ୍ତାହକୁ ଥରେ ଗଡିବ। ହେଲେ ଆଗାମୀ ଦିନରେ ସବୁଦିନ ଗଢ଼ିବାର ସମ୍ଭବନା ରହିଛି।






More Stories
କାଳବୈଶାଖୀ ସମ୍ଭାବନା…..
ଇସ୍ତଫା ଦେଲେ ସସ୍ମିତ ପାତ୍ର…..
ଓଏଏସ୍ ସ୍ତରରେ ଅଦଳବଦଳ…..