ରିପୋର୍ଟ କାର୍ଡ / ବ୍ରହ୍ମପୁର
ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ରେଳ ଷ୍ଟେସନ ନିକଟ ହଳଦିଆ ପଦର ଲେବେଲ କ୍ରସିଂ ଠାରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ସେମାନେ ଛତିଶଗଡ ରାଜ୍ୟର ବୋଲି ଶୁଣିବାକୁ ମିଳିଛି । ଜିଆରପି ଥାନା ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସୂଚନା ପ୍ରକାରେ ମୃତ ୩ ଶ୍ରମିକ ହଳଦିଆ ପଦର ଠାରେ ଜାତୀୟ ରାଜପଥ୧୬ ଉପରେ ନିର୍ମାଣ ଚାଲିଥିବା ଓଭରବ୍ରିଜ କାଯ୍ୟରେ ନିୟୋଜିତ ହୋଇଥିଲେ । ରବିବାର ରାତିରେ ୭ ଜଣ ଶ୍ରମିକ ମିଶି ନିଜ ଘରକୁ ଯିବାପାଇଁ ହଳଦିଆ ପଦର ରେଳ ଧାରଣା କଡେ କଡେ ଚାଲି ଚାଲି ବ୍ରହ୍ମପୁର ଷ୍ଟେସନକୁ ଯାଉଥିଲେ । ରାତି ସାଢ଼େ ୧୧ ଟା ବେଳେ ସେମାନେ ରେଳ ଧାରଣାର ଅତି ନିକଟ ଦେଇ ଆଗକୁ ବଢୁଥିବା ବେଳେ ପଛପଟୁ ଆସୁଥିବା ବିଶାଖାପାଟଣା-ଟାଟା ନଗର ଟ୍ରେନଟି ୩ ଜଣ ଶ୍ରମିକଙ୍କୁ ଧକା ଦେଇଥିଲା । ଫଳରେ ସେହି ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ଅନ୍ୟ ୪ ଜଣ ଶ୍ରମିକ ସେଠାରୁ କେଉଁଆଡେ ଫେରାର ହୋଇ ଯାଇଥିବା ଶୁଣିବାକୁ ମିଳିଛି । ଜିଆରପି ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……