ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଫୁଟ୍ ଓଭର ବ୍ରିଜ୍ ଓ ଅଣ୍ଡରପାସ୍ ବ୍ୟବହାର କରିବାକୁ ଭାରତୀୟ ରେଳବାଇ ଲଗାତାର ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ଲୋକମାନଙ୍କୁ ଟ୍ରାକରେ ନ ଯିବାକୁ ନିବେଦନ ମଧ୍ୟ କରାଯାଇଥାଏ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଅନୁସାରେ, ଜଣେ ଯୁବତୀ ଟ୍ରେନର ଟ୍ରାକ ମଧ୍ୟରେ ଚାଲୁଥିଲେ । ଟ୍ରାକରେ ଚାଲୁଥିବା ସମୟରେ ସେ ଫୋନରେ କଥା ହେଉଥିଲେ । ଠିକ୍ ସେହି ସମୟରେ ଏକ ମାଲଗାଡ଼ି ଦ୍ରୁତଗତିରେ ମାଡ଼ିଆସିଥିଲା । ଏହି ସମୟରେ ଯୁବତୀ ଜଣକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରାକ୍ ମଝିରେ ଶୋଇପଡିଥିଲେ । ଏହା ପରେ ଟ୍ରେନଟି ଯୁବତୀଙ୍କ ଉପର ଦେଇ ଚାଲିଯାଇଥିଲା । ମାଲଗାଡ଼ିଟି ଯିବା ପରେ ଯୁବତୀ ଜଣକ ଟ୍ରାକରୁ ଉଠିପଡିଥିଲେ । ଏଭଳି ଘଟଣା ପରେ ଲୋକମାନେ ବିଚଳିତ ହୋଇପଡନ୍ତି, କିନ୍ତୁ ତାଙ୍କ ମନରେ ଟିକେ ବି ଡର ନଥିଲା । ସେ ପ୍ରଥମେ ନିଜ ଫୋନ୍ ଉଠାଇଥିଲେ ଓ କଥା ହୋଇ ଆଗକୁ ଚାଲିଗଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏହି ଭିଡିଓ କେବେ ଓ କେଉଁଠିକାର ବୋଲି ଜଣାପଡିନଥିବା ବେଳେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..