ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍-ୟୁକ୍ରେନ ଯୁଦ୍ଧ ଆଜିକୁ ୫୦ ଦିନରେ ପହଞ୍ଚିଛି। ଅନେକ ଦେଶର ହସ୍ତକ୍ଷେପ ସତ୍ତ୍ବେ ରୁଷ୍ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବାର ନାଁ ନେଉନାହିଁ। ଇତି ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ ମୁଖ୍ୟ ବୁଧବାର କହିଛନ୍ତି ଯେ, ରୁଷ୍ ସେନା ୟୁକ୍ରେନର ଦୋନେତ୍ସ୍କ ଓ ଖେରସନ ଅଞ୍ଚଳରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ସେହିପରି, ଜେଲେନ୍ସ୍କିଙ୍କୁ ଭେଟିବା ପାଇଁ ଆମେରିକା ଉଚ୍ଚସ୍ତରୀୟ ଅଧିକାରୀମାନଙ୍କୁ କିଭ୍ ପଠାଇବାକୁ ଚିନ୍ତା କରୁଛି। ଅପରପକ୍ଷେ ଯୁଦ୍ଧର ୫୦ତମ ଦିନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନାଟୋ ଦେଶମାନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, କେହି ଯଦି ୟୁକ୍ରେନକୁ ସାହାଯ୍ୟ କରେ ତାହେଲେ ତାକୁ ବର୍ବାଦ କରିଦେବୁ। ତୁମ ଯାନବାହନ ଓ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେବୁ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..