Report Card Odisha

| Daily Odia News

ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍‌। ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍‌ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ କରାଯାଥିଲା। ଏବେ ଏହି ଟ୍ରେନ୍‌ ସେବାକ ପୁନଃ ଆରମ୍ଭ ପାଇଁ ବିଚାର କରାଯାଉଛି। ଏ ସମ୍ପର୍କରେ ରେଲୱେ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଢାକା ରେକ୍‌ ପକ୍ଷରୁ ଢାକାରୁ କୋଲକାତା-ଢାକା ମୈତ୍ରୀ ଏକ୍ସପ୍ରେସ୍‌ ସେବା ଆରମ୍ଭ ହେବ। ସେହିପରି ଭାରତ ରେକ ପକ୍ଷରୁ କୋଲକାତା-ଖୁଲଣ ବନ୍ଧନ ଏକ୍ସପ୍ରେସ୍‌ ମେ’ ୨୯ରୁ ଆରମ୍ଭ ହେବ। ସେହିପରି ଏନଜେପି-ଢାକା ମିତାଲି ଏକ୍ସପ୍ରେସ୍‌ ସେବା ଜୁନ୍‌ ୧ରୁ ଆରମ୍ଭ ହେବ। ଏହି ଟ୍ରେନ୍‌ଟିକୁ ଭାରତୀୟ ରେଳମନ୍ତ୍ରୀଙ୍କ ପକ୍ଷରୁ ଶୁଭାରମ୍ଭ କରାଯିବ। ଏହି ସମୟରେ ବାଂଲାଦେଶର ରେଲୱେ ମନ୍ତ୍ରୀ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

 

 

Breaking News