ରିପୋର୍ଟ କାର୍ଡ / ପୁରୀ
ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶୁକ୍ରବାର ସେବାୟତମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଶିବିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ଉତ୍ତମ ଆଚରଣ ଏବଂ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଶିବର ୪ ଏବଂ ୫ ତାରିଖ ଦୁଇ ଦିନ ଧରି ଚାଲିବ। ଜିଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଶିବିର ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ, ଶିବିରରେ ପ୍ରଶିକ୍ଷଣ ନେବା ନେଇ ସେବକମାନେ ନିଜ ନାମ ପଞ୍ଜୀକରଣ କରିଥିଲେ। ଏଥିରେ ପଞ୍ଜୀକୃତ ସମସ୍ତ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..