ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଉଭୟ ଗୃହରେ ୱାକଫ୍ (ସଂଶୋଧନ) ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ବିଲ୍ଟି ଆଇନରେ ପରିଣତ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି। ଗତ ବୁଧବାର ବିଳମ୍ବିତ ରାତିରେ ଏହି ବିଧେୟକ ସଂସଦର ନିମ୍ନ ସଦନ ଅର୍ଥାତ ଲୋକ ସଭାରେ ପାରିତ ହୋଇଥିଲା। ଦୀର୍ଘ ୮ ଘଣ୍ଟାର ଆଲୋଚନା ପର୍ୟ୍ୟାଲୋଚନା ପରେ ଭୋଟିଂ ଜରିଆରେ ଶାସକ ଦଳ ଏହାକୁ ପାରିତ କରିଥିଲା। ପରେ ଶୁକ୍ରଭାର ଭୋର ସମୟରେ ରାଜ୍ୟ ସଭାରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା, ଯାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଅନ୍ୟପଟେ ଏହି ବିଲ୍ ପ୍ରତିବାଦରେ ବିରୋଧୀ କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଏଆଇଏମଆଇଏମ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..