ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ବିଶ୍ୱନେତାମାନେ ଶୋକବାର୍ତ୍ତା ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଶୋକବାର୍ତ୍ତାରେ ସିଂହଙ୍କୁ ଜଣେ ଉତ୍ତମ ରାଜନେତା ଓ ରୁଷ୍ର ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଆଜିର ଜାପାନ-ଭାରତ ସମ୍ପର୍କର ମୂଳଦୁଆ ପକାଇଥିବା ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ତାଙ୍କ ଶୋକବାର୍ତ୍ତାରେ ସିଂହଙ୍କୁ ଜଣେ ଅତ୍ୟନ୍ତ ନମ୍ର ଓ ଦୂରଦୃଷ୍ଟିସମ୍ପନ୍ନ ନେତା ବୋଲି ବର୍ଣ୍ଣନା କରିଛନ୍ତି। ମୁଁ ଜେଲ୍ରେ ଥିଲି, ମନମୋହନ ମୋ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ’ | ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଶୋକ ପ୍ରକାଶ କରି କହିଛନ୍ତି, ଡକ୍ଟର ସିଂହଙ୍କ ବିୟୋଗରେ ଭାରତ ଜଣେ ମହାନ ବ୍ୟକ୍ତି ଓ ଫ୍ରାନ୍ସ ଜଣେ ପ୍ରକୃତ ବନ୍ଧୁକୁ ହରାଇଛି। ତାଙ୍କ ପରିବାର ଓ ଭାରତବାସୀଙ୍କ ସହ ଆମର ସମବେଦନା ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଏକ ଶୋକବାର୍ତ୍ତାରେ କହିଛନ୍ତି, ଭାରତ-ଚୀନ୍ ସମ୍ପର୍କର ଉନ୍ନତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହଙ୍କ ସକାରାତ୍ମକ ଅବଦାନ ଥିଲା। ସେ ଭାରତର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ ଏବଂ ଭାରତ-ଚୀନ୍ ସମ୍ପର୍କର ବିକାଶ ପାଇଁ ତାଙ୍କ ଭୂମିକା ସ୍ମରଣୀୟ ରହିବ ବୋଲି ନିଙ୍ଗ୍ କହିଛନ୍ତି। ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ଏକ ପୋଷ୍ଟରେ ମନମୋହନ ସିଂହଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଭାରତର ଅନ୍ୟତମ ମହାନ ସନ୍ତାନ ବୋଲି ବର୍ଣ୍ଣନା କରିଛନ୍ତି। ଆଫଗାନିସ୍ତାନବାସୀଙ୍କ ଅତୁଟ ସହଯୋଗୀ ଓ ବନ୍ଧୁ ଭାବେ ମନମୋହନ ସର୍ବଦା ସ୍ମରଣୀୟ ରହିବେ ବୋଲି କରଜାଇ କହିଛନ୍ତି। କେମ୍ବ୍ରିଜ୍ ଗ୍ରାଜୁଏଟ୍, ଅକ୍ସଫୋର୍ଡର ପୂର୍ବତନ ଛାତ୍ର, ପ୍ରଫେସର, ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମନମୋହନ ସିଂହଙ୍କ ବିଷୟରେ ଏକ ଗଭୀର ବ୍ୟକ୍ତିଗତ କାହାଣୀ ସେୟାର କରିଛନ୍ତି, ଯାହା ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କ ମାନବିକତାକୁ ଦର୍ଶାଏ। ଅନୱର ଇବ୍ରାହିମ୍ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରି ଲେଖିଛନ୍ତି, ମୋର ସମ୍ମାନିତ ଭାଇ ଓ ପ୍ରିୟ ବନ୍ଧୁ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ୧୯୯୦ ଦଶକରେ ମାଲେସିଆର ଅର୍ଥମନ୍ତ୍ରୀ ଥିବା ଅନୱର ସିଂହ ପୁରୁଣା କଥା ମନେ ପକାଇଥିଲେ। ସେ କହିଛନ୍ତି, ସେ ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ଭାବରେ ଜେଲ୍ ଯାଇଥିଲେ। ସେତେବେଳେ ସିଂହ ତାଙ୍କ ପିଲାମାନଙ୍କର, ବିଶେଷକରି ତାଙ୍କ ପୁଅର ପାଠପଢ଼ା ପାଇଁ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ। ଇବ୍ରାହିମ କୁହନ୍ତି, ଏହା ତତ୍କାଳୀନ ମାଲେସିଆ ସରକାରଙ୍କୁ ଅସନ୍ତୁଷ୍ଟ କରିବାର ଆଶଙ୍କା ଥିଲା। ତେଣୁ ସେ ନମ୍ରତାର ସହ ସିଂହଙ୍କ ସାହାଯ୍ୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶିକ୍ଷା ଖର୍ଚ୍ଚ ବହନ କରିବାରେ ଅସମର୍ଥ ପିଲାଙ୍କ ପ୍ରତି ସହାନୁଭୂତି ମନମୋହନ ସିଂହଙ୍କ ସ୍ୱାଭାବିକ ଚରିତ୍ର ହୋଇପାରେ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଯଦିଓ ଅନୱର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ତଥାପି ଏହି ପ୍ରସ୍ତାବ ତାଙ୍କ ଉପରେ ଏକ ସ୍ଥାୟୀ ଛାପ ପକାଇଥିଲା। ଏଭଳି ମହାନ ନେତାଙ୍କ ସ୍ନେହ ପାଇବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଥିଲା ବୋଲି ଅନୱର କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..