ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇବା | ଭୋଟ୍ଗୁଡ଼ିକର ଗଣନା ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ସୂଚନା ଅନିଯାୟୀ, ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ ରହିଛି। ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୫ଟିରେ ଆଗୁଆ ଥିବା ବେଳେ ବାମପନ୍ଥୀ ମେଣ୍ଟ- କଂଗ୍ରେସ ୧୮ଟି, ତ୍ରିପା ଦଳ ୭ଟି ଆଗୁଆ ଅଛି। ସେହିପରି ନାଗାଲାଣ୍ଡରେ ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୪୭, ଏନପିଏଫ ୬, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ଅଛନ୍ତି। ସେହିପରି ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନପିପି ୨୩, ଟିଏମସି ୧୧, ବିଜେପି ୧୦ , କଂଗ୍ରେସ ୪ ଏବଂ ଅନ୍ୟାନ୍ୟ ୫ଟିରେ ଆଗୁଆ ଅଛନ୍ତି। ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି ଉଭା ହେଉଛି। ବିଜେପି ଏଠାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହେଉଥିବା ଜଣାପଡ଼ିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..