ରିପୋର୍ଟ କାର୍ଡ / ନୂଆପଡ଼ା
୩୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ନୂଆପଡା ଜିଲ୍ଲା କୋମନା ଥାନାର ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ୨ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଯାଏ ମୃତାହତଙ୍କ ପରିଚୟ ମିଳିନାହିଁ। ଗୋଟିଏ ଟ୍ରକ୍ ରାଜଖରିଆରରୁ ନୂଆପଡ଼ା ଆଡ଼କୁ ଆସିଥିବା ବେଳେ ଆରଟି ନୂଆପଡ଼ାର ଖରିଆର ଆଡ଼କୁ ଯାଉଥିଲା। ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ତାହା ଜଣାପଡ଼ିନାହିଁ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..