ରିପୋର୍ଟ କାର୍ଡ / ନୂଆପଡ଼ା
୩୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ନୂଆପଡା ଜିଲ୍ଲା କୋମନା ଥାନାର ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ୨ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଯାଏ ମୃତାହତଙ୍କ ପରିଚୟ ମିଳିନାହିଁ। ଗୋଟିଏ ଟ୍ରକ୍ ରାଜଖରିଆରରୁ ନୂଆପଡ଼ା ଆଡ଼କୁ ଆସିଥିବା ବେଳେ ଆରଟି ନୂଆପଡ଼ାର ଖରିଆର ଆଡ଼କୁ ଯାଉଥିଲା। ତରବୋଡ଼ ଗାଁ ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ତାହା ଜଣାପଡ଼ିନାହିଁ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..