ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । କାର୍କୁ ୨୦ ମିଟର ଘୋଷାଡ଼ି ନେଲା ହାଇଓ୍ୱା । ଏହି ଦୁର୍ଘଟଣାରେ କାର୍ଟି ଭାଙ୍ଗି ଚୁର୍ମାର ହୋଇଯାଇଛି ।ଖବର ଅନୁଯାୟୀ, ରେଡ୍ ସିଗ୍ନାଲ ଥିବାରୁ କାର୍ଟି ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହୋଇଥିଲା । ଏହି ସମୟରେ ପଛରୁ ଆସି ଏକ ହାଇଓ୍ୱା ଟ୍ରକ ଧକ୍କା ଦେଇଥିଲା । ଏପିରିକି ୨୦ ମିଟର ଯାଏଁ କାର୍କୁ ଘୋଷାଡ଼ି ନେଇଥିଲା ହାଇଓ୍ୱା । ସୌଭାଗ୍ୟବଶତଃ କାର୍ ମାଲିକ ତଥା ଚାଳକଙ୍କୁ କୌଣସି କ୍ଷତି ହୋଇନାହିଁ । ହେଲେ କାର୍ଟି ଭାଙ୍ଗି ରୁଜି ଯାଇଛି । ରାତିସାରା ଅନିଦ୍ରା ହୋଇ ଗାଡ଼ି ଚଳାଉଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ବାକି ଗାଡ଼ି ଚାଳକଙ୍କ କୌଣସି କ୍ଷତି ହୋଇନାହିଁ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..