Report Card Odisha

| Daily Odia News

ସୁନୀତା ୱିଲିୟମ୍‌ସଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁନୀତା ୱିଲିୟମ୍‌ସଙ୍କୁ ମହାକାଶରୁ ଫେରାଇ ଆଣିବେ ଏଲନ୍‌ ମସ୍କ । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସ୍‌ଏକ୍ସର ସିଇଓ ଏଲନ୍‌ ମସ୍କଙ୍କୁ ଦାୟିତ୍ବ ଦେଇଛନ୍ତି । ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତବର୍ଷ ଜୁନ୍‌ରୁ ମହାକାଶରେ ଫସି ରହିଛନ୍ତି । ୨ ମହାକାଶ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ଏଲନ୍‌ ମସ୍କଙ୍କୁ କହିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି କହିଛନ୍ତି, ୨ ଜଣଙ୍କୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡି ଦେଇଥିଲା। ମହାକାଶ ଷ୍ଟେସନ୍‌ରେ ଅନେକ ମାସ ହେଲା ସେମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବେ ବୋଲି କହିଛନ୍ତି ଏଲନ୍‌ ମସ୍କ। ଗତ ବର୍ଷ ଜୁନ୍‌ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ । ଏହାର ଗୋଟିଏ ସପ୍ତାହ ପରେ ସେ ଫେରିବାର ଥିଲା । ହେଲେ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସୁନୀତା ୱିଲୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଫସି ରହିଛନ୍ତି ।

Breaking News