ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି | ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ମାତ୍ ଦେଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି ବୋଲି ୟୁଏସ୍ ମିଡିଆ ବଡ଼ ଦାବି କରିଛି। ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।’ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ସ୍ୱିଙ୍ଗ୍ ଷ୍ଟେଟ୍ ତଥା ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ୍ରେ କମାଲ୍ କରିଛନ୍ତି। ସେ ଉତ୍ତର କାରୋଲିନା ଏବଂ ଜର୍ଜିଆରେ ବଡ଼ ବିଜୟ ହାସଲ କରିଛନ୍ତି। ଏଥିସହିତ ଅନ୍ୟ ୫ ସ୍ୱିଙ୍ଗ ଷ୍ଟେଟ୍ ଆରିଜୋନା, ମିଶିଗାନ୍, ନେଭାଦା, ପେନସିଲଭାନିଆ ଏବଂ ୱିସ୍କନ୍ସିନରେ ମଧ୍ୟ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ମ୍ୟାଜିକ ପମ୍ବର ୨୭୦ ଥିବା ବେଳେ ଇଲେକ୍ଟୋରାଲ ଭୋଟ୍ ଗଣନା ଟ୍ରେଣ୍ଡରେ କମଲା ହାରିସ ୨୧୪ଟି ଆସନରେ ଅଟକି ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୨୬୭ଟି ଆସନରେ ବିଜୟ ହାସଲ କରିଛନ୍ତି |
More Stories
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ,ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ….
ପରାକ୍ରମ ଦେଖାଇଲା ନୌବାହିନୀ…..
ସେନା ପୋଷ୍ଟ ଉପରେ ଆକ୍ରମଣ…..