ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଟ୍ରୁଥ୍ ସୋସିଆଲ” ଆସନ୍ତା ମାସ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଲଞ୍ଚ ହେବ | ଏନେଇ ବୁଧବାର ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ପ୍ଲାଟ୍ଫର୍ମ ଟ୍ରମ୍ପ ମିଡିଆ ଏଣ୍ଡ ଟେକ୍ନୋଲୋଜି ଗ୍ରୁପ (TMTG) ମାଲିକାନାରେ ରହିବ । ଏହା ମଧ୍ୟ ଡିମାଣ୍ଡ ସର୍ଭିସର ଏକ ସବ୍ସ୍କ୍ରିପ୍ସନ ଭିଡିଓ ଲଞ୍ଚ କରିବାକୁ ଇଚ୍ଛା କରୁଛି । ଯେଉଁଥିରେ ନନ୍-ୱକ ଏଣ୍ଟରଟେନମେଣ୍ଟ ପ୍ରୋଗ୍ରାମିଂର ମଧ୍ୟ ସୁବିଧା ରହିବ ବୋଲି ଟିଏମଟିଜି ଗ୍ରୁପ ଏକ ବୟାନରେ କହିଛି। ଟ୍ରମ୍ପ ତାଙ୍କ ବିବୃତିରେ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ବହୁତ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ବି ଚୁପ୍ ରହିଛନ୍ତି। ଏହା ଗ୍ରହଣୀୟ ନୁହେଁ। ଉଲ୍ଲେଖଯୋଗ୍ୟ, ଟ୍ୱିଟର ଏବଂ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିବା ପରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବା ବିଷୟରେ କହିଛନ୍ତି। କମ୍ପାନି କହିଛି ଯେ ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବା ଯୋଜନା କରୁଛି ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ନ୍ୟୁଜ୍ ଏବଂ ପୋଡକାଷ୍ଟ ଅନ୍ତର୍ଭୂକ୍ତ ହେବ।
More Stories
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..