Report Card Odisha

| Daily Odia News

ବିମାନରେ ଛୁଆ ଜନ୍ମଦେଲେ ଯୁବତୀ କହିଲେ ଏ ପିଲା ମୋର ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଟିଏ ୨୦ ବର୍ଷର ଝିଅ ବିମାନ ମଧ୍ୟରେ ଏକ ଶିଶୁକୁ ଜନ୍ମ ଦେଇ କହିଲା ଏ ପିଲା ମୋର ନୁହେଁ । ଏଭଳି ଘଟଣା ପୂର୍ବ ଆଫ୍ରିକାରୁ ସାମ୍ନାକୁ ଆସିଛି । ମାତ୍ର ଝିଅଟି ଏ ଛୁଆଟି ମୋର ନୁହେଁ କହିବା ପରେ ଆରମ୍ଭ ହୋଇଯାଇଥିବା ଯାଞ୍ଚ ପ୍ରକ୍ରିୟା । ରିପୋର୍ଟରୁ ଜଣାପଡ଼ିଛି ଯେ, ପୂର୍ବ ଆଫ୍ରିକାର ମେଡାଗାସ୍କରର ଜଣେ ୨୦ ବର୍ଷୀୟା ଯୁବତୀ ଏୟାର ମରିସସର ପ୍ଲେନରେ ଯାତ୍ରା କରୁଥିଲେ । ଗତ ୧ ତାରିଖରେ ସେ ସାର ସିଓସାଗୁର ରାମଗୁଲାମ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଓହ୍ଲାଇଥିଲେ । ତେବେ ଯୁବତୀଙ୍କୁ ଦେଖିବା ପରେ ଜଣେ ବିମାନ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଏହାପରେ ଏୟାରଫୋର୍ସ ଷ୍ଟାଫମାନେ ବାଥରୁମ ସହିତ ଅନ୍ୟ ସ୍ଥାନସବୁ ଚେକ୍ କରିଥିଲେ । ଏହାପରେ ସେମାନେ ବାଥରୁମରେ ଏକ ନବଜାତ ଶିଶୁ ପଡ଼ିଥିବାର ଦେଖିଥିଲେ । ଶିଶୁ ଦେହରେ ରକ୍ତ ଲାଗିଥିବା ସହ ଟଏଲେଟ ପେପର ଆଚ୍ଛାଦିତ ହୋଇ ରହିଥିଲା । ଏହାପରେ ସଙ୍ଗେସଙ୍ଗେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯିବା ପରେ ତା’ର ଅବସ୍ଥାରେ ସୁଧାର ଆସିଥିଲା । ତେବେ ଏନେଇ ଯେତେବେଳେ ଉକ୍ତ ମହିଳାଙ୍କୁ ଶିଶୁଟି କାହାର ବୋଲି ପ୍ରଶ୍ନ କରାଗଲା ସେ ସିଧାସଳଖ ମନା କରିଦେଇଥିଲେ । ପରେ ମେଡିକାଲ ଯାଞ୍ଚ କରିବା ପରେ ସତ୍ୟତା ପଦାକୁ ଆସିଥିଲା । ଏହି ମାମଲାରେ ପୋଲିସ ଉକ୍ତ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

 

 

Breaking News