ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ-ଭୁବନେଶ୍ୱରରେ ବନ୍ଦ ରହିବ ମଦ ଦୋକାନ | ଚଳିତ ବର୍ଷ ଦଶହରା ଭସାଣିରେ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଥିବା ୧୮୭ଟି ମଦ ଓ ବାର୍ଗୁଡ଼ିକୁ ବନ୍ଦ ରଖାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୬ତାରିଖରେ ହେବାକୁ ଥିବା ଭସାଣିରେ ଉତ୍ସବକୁ ନିରାଡ଼ମ୍ବର ଏବଂ କୋଭିଡ୍ ଗାଇଡ୍ଲାଇନ ମୁତାବକ ପାଳନ କରିବାକୁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି । ମଦ ଦୋକାନ ଖୋଲା ରହିଲେ କେଉଁଠି ଅପ୍ରତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପରି ନିଆଯାଇଥିବା ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ନାୟକ କହିଛନ୍ତି । ପୁର୍ବରୁ କରୋନା ଗାଇଡଲାଇନ ଉଲଂଘନ ହେବା ଆଶଙ୍କାରେ ରାଜ୍ୟ ସରକାର ମର୍ତ୍ତି ଗୁଡିକର ଉଚ୍ଚତାକୁ ୪ ଫୁଟ ରଖିବାକୁ ନିଷ୍ପତି ନେଇଥିଲେ । ଏହାକୁ ନେଇ ରାଜ୍ୟ ରାଜନିତି ସରଗରମ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ନିଷ୍ପତିରେ ଅଟଳ ରହିଥିଲେ । ଏହା ପରେ ଘଟଣା ପହଁଞ୍ଚିଥିଲା ହାଇକୋର୍ଟଙ୍କ ନିକଟରେ । ତେବେ ସାରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଥିଲେ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……