ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକାଉଣ୍ଟକୁ ବ୍ଲକ କରିବା ଓ ଟ୍ୱିଟକୁ ହଟାଇବା ପାଇଁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରୁଥିବା ଟ୍ୱିଟରକୁ ଶକ୍ତ ଝଟକା ଲାଗିଛି। ଟ୍ୱିଟର ଦାଖଲ କରିଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଏହା ସହିତ କମ୍ପାନୀର ଆବେଦନ ପାଇଁ କୌଣସି ଆଧାର ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ କୃଷ୍ଣ ଏସ୍ ଦୀକ୍ଷିତଙ୍କ ଗୋଟିଏ ବେଞ୍ଚ ମଧ୍ୟ ଟୁଇଟର କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କା ଜୋରିମାନା ଲଗାଇ ୪୫ ଦିନ ମଧ୍ୟରେ କର୍ଣ୍ଣାଟକା ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ବିଚାରର ମୁଖ୍ୟ ଅଂଶ ପଢ଼ି କହିଛନ୍ତି ଯେ, ଉପରୋକ୍ତ ପରିସ୍ଥିତିରେ ଏହି ଆବେଦନ ଭିତ୍ତିହୀନ ହୋଇଥିବାରୁ ଏହାକୁ ଆଦର୍ଶ ଖର୍ଚ୍ଚରେ ଖାରଜ କରାଯିବ ଏବଂ ଏହା ଅନୁଯାୟୀ କାର୍ଯ୍ୟ କରାଯିବ। ଆବେଦନକାରୀଙ୍କ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି, ଯାହା ବେଙ୍ଗାଲୁରୁର କର୍ନାଟକ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ୪୫ ଦିନ ମଧ୍ୟରେ ପ୍ରଦାନ କରାଯିବ। ଯଦି ଏହା ବିଳମ୍ବ ହୁଏ ତେବେ ଏହା ଦୈନିକ ୫୦୦୦ ଟଙ୍କା ଅତିରିକ୍ତ ଫି’ ଆଦାୟ ହେବ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..