ରିପୋର୍ଟ କାର୍ଡ / ବଲାଙ୍ଗିର
ବଲାଙ୍ଗିର ସଇଁତଳା ଥାନା ବଡ଼ମାଲ ଫାଣ୍ଡିରୁ ୨ ଅଭିଯୁକ୍ତ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । କାଲି ଏକ ଡକାୟତି ମାମଲାରେ କନକେଲ ଗାଁରୁ ପୋଲିସ ସେମାନଙ୍କ ଧରିଥିଲା । ତେବେ ଉଭୟ ଅଭିଯୁକ୍ତ ବିଳମ୍ବିତ ରାତିରେ ଚମ୍ପଟ ମାରିଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି । ସେହିପରି ପୁରୀ ଡେଲାଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଡେ଼ଲାଙ୍ଗ ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଫେରାର ହୋଇଯାଇଥିଲା। ଏହି ଘଟଣାରେ ଡେ଼ଲାଙ୍ଗ ଥାନାର କାର୍ଯ୍ୟରତ ମହିଳା ଏଏସ୍ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଥିଲେ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..