ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ନୃଶଂସ ପାଲଟିଲା ପୁଅ | ହିତାହିତ ଜ୍ଞାନ ଭୁଲି ନିଜ ଜନ୍ମ କଲା ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ଏଭଳି ଅମାନସିକ ଆଉ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣୀବେରନା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗରା ଭୂମି। ପୋଲିସ ଦୁଇ ପୁଅ ଶିବନାଥ ଭୂମି ଓ ଗୌରାଙ୍ଗ ଭୂମିଙ୍କୁ ଅଟକ ରଖି ପଚରଉଚରା କରୁଛି। ଗତକାଲି ରାତିରେ କୌଣସି କଥାକୁ ନେଇ ମାଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶିବରାମ ଓ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ବାପାଙ୍କୁ ପଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ମାଙ୍ଗରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….