ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଦଳିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ। କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ସକାଳ ୧୧ ଟା ୪୫ ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି। ସଂଗଠନକୁ ଅଧିକ ମଜବୁତ୍ କରିବାକୁ କିଛି ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଅସନ୍ତୋଷଜନକ ପ୍ରଦର୍ଶନ ପାଇଁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଉଥିବା ଚର୍ଚ୍ଚା ହେଉଛି ।ଖବର ଅନୁଯାୟୀ, ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର । ନିଜର ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥବା ସୂଚନା ମିଳୁଛି । ଏହାସହିତ ଜଣେ କ୍ୟାବିନେଟ୍ ମନ୍ତ୍ରୀ, ଜଣେ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ଦୁଇ ଜଣ ରାଷ୍ଟ୍ରପାହ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ ଯାଇଥିବା ଚର୍ଚ୍ଚା ହେଉଛି । ବିଶ୍ୱସ୍ତ ସୂତ୍ରରୁ ରାଜା ସ୍ୱାଇଁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଇସ୍ତଫା ପାଇଁ କୁହାଯାଇଛି । ଏହା ସହ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀଏ ରଘୁ ନନ୍ଦନ ଦାସ , ପଦ୍ମିନ ଦିଆନ , ବିକ୍ରମ ଆରୁଖ , ଦିବ୍ୟଶଙ୍କର ମିଶ୍ର ଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ହୋଇଛି | ଆଜି ସନ୍ଧ୍ୟାସୁଦ୍ଧା ଅନେକ ମନ୍ତ୍ରୀ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି |






More Stories
ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ……
ନୂଆପଡ଼ାରେ ନବୀନ…..
ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ…..