ରିପୋର୍ଟ କାର୍ଡ /ପାରାଦ୍ୱୀପ
ଆଜି ମହାନଦୀରେ ଗାଧୋଇବା ବେଳେ ୨ ଛାତ୍ର ପାଣିରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପାରାଦୀପ ପଥୁରିଆର। ମିଳିଥିବା ସୂଚନା ଅନୁସାରେ, ଗାଧୋଇବା ବେଳେ ୨ଜଣ ଛାତ୍ର ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ । ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଗତ କିଛିଦିନ ତଳେ ୩ ଜଣ ଛାତ୍ର ଯୋବ୍ରାଠାରେ ବୁଡ଼ିଯାଇଥିଲେ ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……