Report Card Odisha

| Daily Odia News

ସ୍ୱାଧୀନତାର ମହାନାୟକ ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ଜନ୍ମଦିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଧୁନିକ ଭାରତ ନିର୍ମାଣରେ ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ଅବଦାନର ତାଲିକା ସୁଦୀର୍ଘ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସ୍ୱାଧୀନତା ସଂଗ୍ରାମର ନିର୍ଣ୍ଣାୟକ ସମୟ ଚାଲିଥିବା ବେଳେ ଆମ୍ବେଦକର ଏକ ଭିନ୍ନ ଧରଣର ଲଢେଇରେ ବ୍ୟାପୃତ ଥିଲେ | ଏହା ଥିଲା ଭାରତୀୟ ସମାଜର ସବୁଠାରୁ ନିଷ୍ପେସିତ ବର୍ଗଙ୍କ ମୁକ୍ତି ସଂଗ୍ରାମ | କେହି କେହି ଏହାକୁ ବ୍ରିଟିସ ଶାସନ ବିରୋଧୀ ଲଢେଇ ଠାରୁ ଅଧିକ ବ୍ୟାପକ ଓ ଗଭୀର ବୋଲି ବିଶ୍ୱାସ କରନ୍ତି | ଆମ୍ବେଦକରଙ୍କ ଜୀବଦ୍ଦଶରୁ ଏ ପର୍ଯ୍ୟନ୍ତ ତାଙ୍କର ନୀତି ଓ ଆଦର୍ଶ ଦେଶର କୋଟ କୋଟି ଦଳିତଙ୍କୁ ସ୍ୱାଭିମାନ, ଆତ୍ମସମ୍ମାନ ଓ ଦାୟିତ୍ୱ ସମ୍ପର୍ଣ୍ଣ ଜୀବନଯାପନର ପଥ ପ୍ରଦର୍ଶନ କରିଥିଲେ | ଆମ୍ବେଦକର ବିଦେଶରୁ ଅର୍ଥନୀତିରେ ପିଏଚ ଡି ହାସଲ କରିଥିବା ପ୍ରଥମ ଭାରତୀୟ ହେଲେ | ୧୯୧୭ ରେ ସେ ଭାରତ ଫେରି ସିଡେନ ହମ କଲେଜରେ ପ୍ରଫେସର ରୂପେ ଯୋଗ ଦେଇଥିଲେ | କିନ୍ତୁ ସେଠାରେ ଉଚ୍ଚ ଶିକ୍ଷିତ ଅଧ୍ୟାପକଙ୍କ ଦ୍ୱାରା ପ୍ରଭେଦରେ ଶିକାର ହୋଇ ସେ ଅଧ୍ୟାପନା ବୃତ୍ତି ଛାଡ଼ି ଓକିଲାତି କଲେ | ଏହି ସମୟରେ ସେ ଦଳିତ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ | ୧୯୨୦ରେ ଏକ ସାପ୍ତାହିକ ମରାଠୀ ଖବରକାଗଜ ଆରମ୍ଭ କରି ଜାତିଭେଦର କଡା ସମାଲୋଚନା କରିବା ସହିତ ବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ କରି ନିଷ୍ପେସିତ ବର୍ଗର ପ୍ରତିନିଧି ସାଜିଥିଲେ | ଦଳିତଙ୍କୁ ମୁଖ୍ୟସରିତରେ ସାମିଲ କରିବା ଦିଗରେ ତାଙ୍କର ଉଦ୍ୟମକୁ ଦେଶର ରକ୍ଷଣଶୀଳ ଗୋଷ୍ଠୀ ଘୋର କରିସାରିଛି | ମଧ୍ୟପ୍ରଦେଶର ଏକ ମରାଠୀ ପରିବାରରେ ପିତାମାତାଙ୍କ ୧୪ ତମ ତଥା ଶେଷ ସନ୍ତାନ ଭାବେ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ହୋଇଥିଲେ | ତାଙ୍କ ଜୀବନ ଯେତିକି ସଂଘର୍ଷ ମେୟା ସେତିକି ଗରିମାମୟ |

 

Breaking News