ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଦୋଡା ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍ ୧୧ ଏବଂ ୧୨ ତାରିଖରେ ପାହାଡ଼ିଆ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍) ସହିତ ପୋଲିସ ଦ୍ୱାରା ଜୋରଦାର ସର୍ଚ୍ଚ ଏବଂ କର୍ଡନ ଅପରେସନ ହେଉଥିବା ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ବୋଲି ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି। ଜୁନ୍ ୧୧ ତାରିଖରେ, ଆତଙ୍କବାଦୀମାନେ ଚଟ୍ଟରଗାଲାଠାରେ ମିଳିତ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିଥିବା ବେଳେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ପରଦିନ ଗାନ୍ଧୋ ଅଞ୍ଚଳର କୋଟା ଶୀର୍ଷରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଯୁଗ୍ମ ଆକ୍ରମଣ ପରେ ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଆହୁରି ଜୋରଦାର କରି ଜିଲ୍ଲାରେ ଅନୁପ୍ରବେଶ କରିଥିବା ଚାରିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସୁରକ୍ଷା ବାହିନୀର ସହାୟତାରେ ପୋଲିସ ସିନୋ ପଞ୍ଚାୟତ ଗାଁରେ ଅପରେସନ୍ ଆରମ୍ଭ କରିଥିଲା କିନ୍ତୁ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଜାଳନା ଆରମ୍ଭ କରି ଦେଇଥିଲେ। ଶେଷ ରିପୋର୍ଟ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….