ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ହିଂସା ଜାରି ରହିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ୨୦ରୁ ଅଧିକ ଆହତ ହେଇଛନ୍ତି। ଏହି ମାମଲାରେ ଏବେ ସାମାଜବାଦୀ ପାର୍ଟି ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ସୂଚନା ମୁତାବକ, ହିଂସା ସୃଷ୍ଟି କରିବା ଅଭିଯୋଗରେ ସାମାଜବାଦୀ ପାର୍ଟି ସାଂସଦ ଜିୟାଉର୍ ରହମାନ ବର୍କ ଓ ସ୍ଥାନୀୟ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମୁଦଙ୍କ ପୁଅ ନବାବ ସୁହେଲ ଇକବାଲଙ୍କୁ ଦାୟୀ କରାଯାଇଛି। ମସ୍ଜିଦ ସର୍ଭେକୁ ନେଇ ରବିବାର ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପରେ ସମ୍ଭଲ ଥାନାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଯୋଜନାବଦ୍ଧ ରୂପେ ହିଂସା ସୃଷ୍ଟି କରିଥିବା ସମାଜବାଦୀ ପାର୍ଟି ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ପୁଅ ବିରୋଧରେ ଅଭିଯୋଗ ରହିଛି। ଏମାନେ ଜାଣିଶୁଣା ମସଜିଦ ବାହାରେ ଭିଡ଼କୁ ଏକାଠି କରିଥିଲେ। ପରେ ସେମାନଙ୍କୁ ଉସକାଇଥିଲେ। ଯାହା ପରେ ଏତେ ପରିମାଣରେ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସୁହେଲ ଇକବାଲଙ୍କ ବିରୋଧରେ ଏକ ଷଡଯନ୍ତ୍ର ମାମଲା ରୁଜୁ ହୋଇଛି। ଏହା ସହିତ ପୋଲିସ ହାତରେ ହିଂସା ସୃଷ୍ଟି କରୁଥିବା କେତେକ ଭିଡିଓ ପୋଷ୍ଟକୁ ମଧ୍ୟ ଲାଗିଛି। ଏହାର ଯାଞ୍ଚ ଜାରି ରହିଛି।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..