Report Card Odisha

| Daily Odia News

UGC-NET ପରୀକ୍ଷା ରଦ୍ଦ,ହେବ CBI ତଦନ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପରୀକ୍ଷା ସରିବାର ଦିନକ ପରେ UGC-NET ପରୀକ୍ଷାକୁ ରଦ୍ଦ କରିଛି ଶିକ୍ଷା ମନ୍ତ୍ରାଳୟ। ପରୀକ୍ଷା ରଦ୍ଦ ହୋଇଥିବାରୁ ପୁଣିଥରେ ପରୀକ୍ଷା କରିବାକୁ ମନ୍ତ୍ରାଳୟର ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୧ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହେବାରୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପରୀକ୍ଷାକୁ ରଦ୍ଦ କରି ଦେଇଛି। ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଆସିସଷ୍ଟାଣ୍ଟ ପ୍ରଫେସର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି ଯେ UGC- NETର ଜୁନ ପରୀକ୍ଷର ମଙ୍ଗଳବାର ଶେଷ ହୋଇଥିଲା। ୨ଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଓଏମଆର ମୋଡରେ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାକୁ ନେଇ ଜୁନ ୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ ୟୁନିଟ ଅଫ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସର ସେଣ୍ଟର ପକ୍ଷରୁ କିଛି ତଥ୍ୟ ମିଳିଥିଲା। ପ୍ରାଥମିକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଛି। ତେଣୁ ପରୀକ୍ଷାକୁ ରଦ୍ଦ କରାଯାଉଛି।

Breaking News