ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନରେ ଆରମ୍ଭ ହୋଇଛି କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜୁତି। ଶନିବାର ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସରେ ଭବ୍ୟ ରାଜ୍ୟାଭିଷେକ ସମାରୋହରେ ଦେଶର ନୂଆ ରାଜା ଭାବେ ଦାୟିତ୍ୱ ଗ୍ରହଣ କରି ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ। ସେ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ ତମ ରାଜା ହୋଇଛନ୍ତି। ୧୯୫୩ ମସିହା ପରେ ଭବ୍ୟ ରାଜ୍ୟାଭିଷେକ ଆୟୋଜନ କରାଯାଇଥିଲା। ସେହିପରି ୧୯୩୭ ମସିହା ପରେ କୌଣସି ରାଜା ଏପରି ଭବ୍ୟ ସମାରୋହରେ ବ୍ରିଟେନର ଶାସନ ଗାଦି ସମ୍ଭାଳିଛନ୍ତି। ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ରାଜଗାଦି ଚାର୍ଲସ ତୃତୀୟ ସମ୍ଭାଳିଥିଲେ। ହେଲେ ତାଙ୍କ ପାଇଁ ବିଧିବଦ୍ଧ ରାଜ୍ୟାଭିଷେକ ଉତ୍ସବର ଆୟୋଜନ ହୋଇନଥିଲା। ଏହି ଭବ୍ୟ ଉତ୍ସବରେ ବଙ୍କିଙ୍ଗହାମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିଥିଲେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା। ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ୱେଷ୍ଟମିନଷ୍ଟର ଆବେ ଅଭିମୁଖେ ଯାଇଥିଲେ।ଏହି ଉତ୍ସବରେ ବ୍ରିଟେନ୍ ରାଜପରିବାରର ସମସ୍ତ ସଦସ୍ୟ, ଦେଶ ବିଦେଶରୁ ଆସିଥିବା ୨ ହଜାରରୁ ଅଧିକ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ। ଭାରତରୁ ଉପରାଷ୍ଟ୍ରପତି ଜଦଦୀପ ଧନଖଡ଼ ଏହି ଉତ୍ସବରେ ସାମିଲ ହୋଇଥିଲେ। ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଦେଖିବାକୁ ମିଳିଛି |






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..